ସିମୁଳିଆ(ନିଳାଦ୍ରୀ ନ୍ୟୁଜ୍ ) – ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ୧୬ ନମ୍ବର ଜାତୀୟ ରାଜପଥ ଜାମୁଝାଡ଼ି ନିକଟରେ ଟ୍ରକ ପଛ ପଟୁ ଧକ୍କା ଦେଇ ଯାତ୍ରିବାହୀ ବସ ଦୁର୍ଘଟଣା ଗ୍ରସ୍ତ, ଗାଡି ଚାଳକ ସମେତ ୬ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ସୂଚନାରୁ ପ୍ରକାଶ ସିମୁଳିଆ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ଜାମୁଝାଡ଼ି ଗଳାପୋଲ ଉପରେ ପୁରୀରୁ ଟାଟା ଅଭିମୁଖେ ଯାଉଥିବା ଶାନ୍ତିଲତା ଯାତ୍ରିବାହୀ ବସ ଦ୍ରୁତଗତିରେ ଯାଉଥିବା ବେଳେ ଜାମୁଝାଡ଼ି ନିକଟରେ ଏକ ମାଛ ବୋଝେଇ ଟ୍ରକକୁ ଅତିକ୍ରମ କରିଥିବା ସମୟରେ ମାଛ ବୋଝେଇ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା l ଯାହାଫଳରେ ଘଟଣା ସ୍ଥଳରେ ଗାଡି ଚାଳକ ଅଜଗର ଆଲାମ (48)ବର୍ଷଙ୍କ ସମେତ ଛଅ ଜଣ ଯାତ୍ରୀ ଆହତ ହୋଇଥିଲେ l ସେଥି ମଧ୍ୟରୁ ଚାରି ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ସ୍ଥାନୀୟ ସମାଜସେବୀ ସୁରେଶ ଚନ୍ଦ୍ର ସାହୁ ଓ ଟିକୁ ବାରିକ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସିମୁଳିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ l ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି l ତେବେ ଏହି ବସରେ 42ଜଣ ଯାତ୍ରୀ ଥିବା ବେଲବ ପୁରୀରୁ ଟାଟା ଅଭିମୁଖେ ଯାଉଥିବା ସୂଚନା ମିଳିଛି।
