ଉନ୍ମୋଚନ ହେଲା ଭଜହରିଙ୍କ ପ୍ରତିମୃତ୍ତି l

ସୋର: (ନୀଳାଦ୍ରୀ ନ୍ୟୁଜ୍): ସୋର ବ୍ଲକ୍ ଭଜହରି ଉଚ୍ଚବିଦ୍ୟାପୀଠରେ ଭଜହରିଙ୍କ ପ୍ରତିମୃତ୍ତି ଉନ୍ଲୋଚନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶ୍ରୀକାନ୍ତ କର ସଭାପତିତ୍ଵ କରିଥିବା ବେଳେ ଭଜହରି ବାବୁ ଜଣେ ବିରଳ ବ୍ୟକ୍ତିତ୍ଵର ଅଧିକାର ଥିଲେ ସେ ଜଣେ ଭଦ୍ର,ନମ୍ର ସ୍ଵଭାବ ବ୍ୟକ୍ତି ଥିଲେ ବୋଲି ବକ୍ତବ୍ୟ ରଖିଥିଲେ। ବ୍ରହ୍ମା କୁମାର କରୁଣାକର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ୫ ଖଣ୍ଡ ଗ୍ରାମର ଶିକ୍ଷାର ଆଲୋକ ବର୍ତ୍ତୀକା ଥିଲେ, ତାଙ୍କର କନ୍ୟା ବ୍ରହ୍ମାକୁମାରୀ ଜୟନ୍ତୀଙ୍କ ବାପା ଜଣେ ଅଗାଧ୍ୟ ପାଣ୍ଡିତ୍ୟର ଅଧିକାରୀ ଥିଲେ ସେ ଗ୍ରାମରେ ଶିକ୍ଷାର ପ୍ରସାର ପାଇଁ। ବିଦ୍ୟାଳୟ ନିର୍ମାଣ ପାଇଁ ପ୍ରତିଜ୍ଞାବଦ୍ଧ ଥିଲେ, ବ୍ରହ୍ମା କୁମାର ଅଜିତ ଭାଇ ତାଙ୍କ ବକ୍ତବ୍ୟରେ କହିଥିଲେ ଆଧ୍ୟାତ୍ମିକ ଶିକ୍ଷା ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କର ସର୍ବାଙ୍ଗିନ ଉନ୍ନତି ହେବ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଅଜୟ କୁମାର ଦାସ ଭଜହରି ବାବୁଙ୍କର ଅବଦାନ ଅତୁଳନୀୟ ବୋଲି ବ୍ୟକ୍ତ କରିଥିଲେ ଏବଂ ବ୍ରହ୍ମା କୁମାର ମୁକ୍ତିକାନ୍ତ ସାର୍ ମଞ୍ଚ ପରିଚାଳନା କରିଥିଲେ। ଆସିଥିବା ବୃଦ୍ଧବୃଦ୍ଧା ମାନଙ୍କୁ ସୁପୁତ୍ର ନାରଣ ଭାଇ ସମ୍ବନ୍ଧିତ କରିଥିଲେ ଏଥିରେ ସମସ୍ତ ଶିକ୍ଷକ କର୍ମଚରୀ ଏବଂ ଭଜହରି ବାବୁଙ୍କ ପରିବାର ବର୍ଗ ଏବଂ ସମସ୍ତ ବ୍ରହ୍ମାକୁମାର କୁରାରୀ ସହଯୋଗ କରିଥିଲେ ସର୍ବଶେଷର ସମସ୍ତ ଙ୍କୁ ପ୍ରସାଦ ଖାଇବାକୁ ଦିଆ ଯାଇଥିଲା।

Leave a Reply

Your email address will not be published. Required fields are marked *