ସିମୁଳିଆ (ନୀଳାଦ୍ରୀ ନ୍ୟୁଜ୍) ଅଗ୍ରଣୀ ସାମାଜିକ ସଂଗଠନ ଆୟୁଷ୍ମାନ ଫାଉଣ୍ଡେସନର ସପ୍ତମ ବାର୍ଷିକ ଉତ୍ସବ ଉପଲକ୍ଷେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍ ଅଡ଼ାସ୍ଥିତ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଏକ ସ୍ବେଛାକୃତ ରକ୍ତଦାନ ଓ ନିଶୁଳ୍କ ଚକ୍ଷୁ ଚିକିତ୍ସା ଶିବିରର ଅନୁଷ୍ଠିତ ହୋଇଯାଇଛି। ଆୟୁଷ୍ମାନ୍ ଫାଉଣ୍ଡେସନର ସଭାପତି ଶ୍ରୀମନ୍ତ ବିଶ୍ଵାଳଙ୍କ ନେତୃତ୍ୱରେ ଏହି କାର୍ଯ୍ୟକର୍ମ ଅନୁଷ୍ଠିତ ହୋଇଥିବା ବେଳେ ସିମୁଳିଆ ଥାନା ଆଇଆଇସି ଦେବରାଜ ଜେନା ମୁଖ୍ୟଅତିଥିଭାବେ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବେ ଏହି ଶିବିରକୁ ଉଦଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ମହାମାୟା ଲାଇଫ ସାଇନ୍ସର ସିଏସଆର୍ ସଂସ୍ଥା ସହଯୋଗ କରିଥିବା ବେଳେ ରକ୍ତଦାତାମାନେ ରକ୍ତ ଦେବାଶହ ଚକ୍ଷୁ ରୋଗୀମାନେ ମାଗଣାରେ ଚକ୍ଷୁ ପରୀକ୍ଷା କରି ଔଷଧ ନେଇଥିଲେ।ଏହି ଅବସରରେ ଅଞ୍ଚଳର ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ମାନପତ୍ର,ପୁଷ୍ପଗୁଛ ଏବଂ ଉତ୍ତରୀୟ ଦେଇ ସଂସ୍ଥା ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା।
