ଦେଶୀ ମଦ ଜବତ, ୩ଜଣ ଗିରଫ।

ସୋର(ନୀଳାଦ୍ରୀ ନ୍ୟୁଜ୍): ବାଲେଶ୍ଵର ଜିଲ୍ଲା ସୋର ଅବକାରୀ ବିଭାଗ ପକ୍ଷରୁ ସୋର ଅଞ୍ଚଳରେ ଚଢ଼ାଉ କରି ଦେଶୀ ମଦ ସମେତ ୩ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ ବାଲେଶ୍ୱର ଅବକାରୀ ଅଧିକ୍ଷକ ଶ୍ରୀ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ସୋର ଆଦର୍ଶ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ସୋର ଥାନା ଅନ୍ତର୍ଗତ ସବିରା, ବର୍ତ୍ତନା ଓ ମୁଳିସିଂ ଗ୍ରାମରେ ଚଢ଼ାଉ କରାଯାଇ ୯୫ ଲିଟର ଦେଶୀ ରନ୍ଧା ମଦ ଜବତ କରାଯିବା ସହିତ ସବିରା ଗ୍ରାମର ଲମ୍ବୋଦର ସାହୁ, ବର୍ତ୍ତନା ଗ୍ରାମର ରତିକାନ୍ତ ରଣା ଓ ମୁଳୀସିଙ୍ଗ ଗ୍ରାମର ସୁକାନ୍ତି ସିଂଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ଜବତ ମଦର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଉକ୍ତ ଚଢ଼ାଉରେ ସୋର ଆଦର୍ଶ ଅବକାରୀ ଥାନା ସହ ଉପ-ନିରୀକ୍ଷକ ବସନ୍ତ କୁମାର ବାରିକ ଓ କ୍ଷୀରୋଦ କୁମାର ସାହୁ କନେଷ୍ଟବଳ ମିନତୀ ପରିଡ଼ା ପ୍ରମୁଖ ସାମିଲ ଥିଲେ । ଏନେଇ ସୋର ଆଦର୍ଶ ଅବକାରୀ ଥାନା ପକ୍ଷରୁ ୩ ଗୋଟି ମାମଲା ରୁଜ୍ଜୁ କରାଯାଇଛି।

Leave a Reply

Your email address will not be published. Required fields are marked *