ସିମୁଳିଆ (ନୀଳାଦ୍ରୀ ନ୍ୟୁଜ୍) : ସିମୁଳିଆ ବ୍ଲକରେ ବିଭିନ୍ନ ପଞ୍ଚାୟତର ଶତାଧିକ ଯୁବକମାନଙ୍କୁ ନେଇ ଗଠିତ ହୋଇଥିଲା ସିମୁଳିଆ ୟୁଥ ଫେଷ୍ଟ ପରିଚାଳନା କମିଟି। ଏହି କମିଟି ସିମୁଳିଆ ବ୍ଲକର ପ୍ରଥମ ଥର ପାଇଁ ପ୍ରତିଭା ଏବଂ ସାଂସ୍କୃତିକ ମହୋତ୍ସବ ନିଆରା ଢଙ୍ଗରେ ମାର୍କୋଣା ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଆୟୋଜନ କରିଥିଲା। ଚଳିତ ମାସ ୨୨ ତାରିଖରୁ ୨୬ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାପାଇଁ ଉପଜିଲ୍ଲାପାଳ ଅନୁମତି ପ୍ରଦାନ କରିଥିଲେ ହେଲେ ରାଜନୈତିକ ଚାପରେ ଉପଜିଲ୍ଲାପାଳଙ୍କ ଅନୁମତି ପତ୍ର ଚାପି ହୋଇଯାଇଛି। ଯାହାଫଳରେ ୟୁଥ ଫେଷ୍ଟ କାର୍ଯ୍ୟକ୍ରମକୁ କରାଇ ଦିଆଯାଇନଥିଲା। ଏହାକୁ ନେଇ ଘଟଣା ଉଚ୍ଚ ନ୍ୟାୟାଳୟକୁ ଯାଇଥିବା ବେଳେ ଅନ୍ୟପଟେ ଗାଁ ଗାଁକୁ ଯାଇ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ଶତାଧିକ ପ୍ରତିଭାମାନଙ୍କୁ ପୂଜ୍ୟପୂଜା କରୁଛି ୟୁଥ ଫେଷ୍ଟ ଟିମ।

ଯେଉଁ ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯଇଥିଲା ତାହାକୁ ସମ୍ପୂର୍ଣ୍ଣ ଭାବେ ସଫଳ କରାଯିବ ବୋଲି କାର୍ଯ୍ୟକର୍ତ୍ତା ପ୍ରତିକ୍ରିୟା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କାର୍ଯ୍ୟକର୍ତ୍ତା ଟିମ ପ୍ରଥମେ ସ୍ୱାବଲମ୍ବି ମହିଳାମାନଙ୍କୁ ସମ୍ମାନ ଜଣାଇ ବରି ଅଞ୍ଚଳର ପୁର୍ଣିମା ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା କରାଯିବା ସହିତ ତାଙ୍କର ପିଜି ଗ୍ରୁପ ମଧ୍ୟ ସମ୍ମାନୀତ କରାଯାଇଛି। ସେହିପରି ଉଦ୍ୟୋଗୀ ସମ୍ମାନରେ ବାଉରିପଦା ପଞ୍ଚାୟତର ମା”ରାଣୀରାଉତାଣୀ ପେଡେଲ ମହିଳା ଗ୍ରୁପ, ମହିଳା ବାଉଁଶ କାରିଗର ସୃଷ୍ଟି ବେତ ବାଉଁଶ କାରିଗର ଟିମକୁ ପ୍ରତିଭା ଭବେ ସମ୍ମାନୀତ କରାଯାଇଛି। ସେହିପରି ସିମୁଳିଆର ଗୌରବ ସାମ୍ମନ ଭାବେ ମାଧ୍ୟମିକ ଶିକ୍ଷା ବିଭାଗ ର ଉପ ନିର୍ଦେଶକ ବରି ଅଞ୍ଚଳର ସୁଧାଂଶୁ ଶେଖର ପାତ୍ରଙ୍କୁ ତାଙ୍କ ବାସଭାବନରେ ପରିବାରଙ୍କ ଉପସ୍ଥିତି ରେ ସମ୍ବର୍ଦ୍ଧନା କରାଯାଇଥିବା ବେଳେ ସମାଜସେବା ପାଇଁ ସେବା ସାମ୍ମନ ରେ ଆପଣ ଏକା ନୁହଁନ୍ତି, ଟ୍ରଷ୍ଟ, ହ୍ୟୁମାନ କେୟାର ଫାଉଣ୍ଡେଶନ, ଶ୍ରୀକ୍ଷେତ୍ର ସ୍ବେଛାସେବୀ ସଂଗଠନ, କଳି କଳିଙ୍ଗ ପୁତ୍ର ସ୍ବେଛାସେବୀ ସଂଗଠନ, ସମାଜସେବୀ ରାଜୁ ନାୟକ, ଶିକ୍ଷା ଗୌରବ ସମ୍ମାନରେ ମାଟ୍ରିକ ଟପର ବାଟି ଅଞ୍ଚଳର ଅଙ୍କିତା ପାଣିଗ୍ରାହୀ, ଯୁକ୍ତ ଦୁଇ ପରୀକ୍ଷାରେ ବିଜ୍ଞାନ ଏବଂ କଳାରେ ବ୍ଲକ ଟପର ହୋଇଥିବା ବଳରାମ ବେହେରା ଏବଂ ରୋଜାଲିନି ମହାପାତ୍ରଙ୍କ ସମେତ କଲେଜ ଅଧ୍ୟକ୍ଷଙ୍କୁ କଲେଜ ପରିସରରେ ସମ୍ବର୍ଦ୍ଧିତ କରାଯାଇ ସଫଳ କାମନା କରାଯାଇଛି।

ଆଜି ମଧ୍ୟ ସ୍ଥାନୀୟ ବ୍ଲକ ର ଗୌରବ ଡାକ୍ତର ଉମେଶ ଚନ୍ଦ୍ର ପଣ୍ଡା ଏବଂ ଡାକ୍ତର ସମୀର ନାୟକଙ୍କୁ ୟୁଥ ଫେଷ୍ଟ ପକ୍ଷରୁ ସିମୁଳିଆ ଗୌରବ ସାମ୍ମନରେ ସମ୍ମାନୀତ କରାଯାଇଛି। ଅପରାହ୍ଣ ରେ ମାର୍କୋଣା ଖେଳ ପଡିଆରେ କ୍ରୀଡା ପ୍ରତିଭା ସଫଳ ଫୁଟବଲ ଖେଳାଳି ଆଦିତ୍ୟ ମୁର୍ମୁ ଙ୍କୁ ମଧ୍ୟ ସ୍ୱତନ୍ତ ସମ୍ବର୍ଦ୍ଧନା କରାଯାଇଛି। ସୂଚନା ଯୋଗ୍ୟ ଯେ ସ୍ଥାନୀୟ ବ୍ଲକର ସମସ୍ତ ଓଏସ, ଆଇଏସ, ବୈଜ୍ଞାନିକ, ଆଇଆଇଟି ଏବଂ ଉଚ୍ଚ ପଦାଧିକାରୀ ବ୍ୟକ୍ତିତ୍ୱଙ୍କ ସମେତ ଶିଳ୍ପୀ, କାରିଗର, ଚିତ୍ରକର, କଳାକାର, ସ୍ବାସ୍ୟ ସେବା, କୃଷି ପ୍ରତିଭା, ପ୍ରସାଶକ ଏହିଭକି ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ପ୍ରତିଭାମାନଙ୍କୁ ୟୁଥ ଫେଷ୍ଟ ପୂଜା କମିଟି ପୂଜ୍ୟ ପୂଜା କାର୍ଯ୍ୟକ୍ରମ ଜାରି ରଖିବ ବୋଲି ସୂଚନା ମିଳିଛି। ଅନ୍ୟପଟେ ରାଜନୈତିକ ଉଦ୍ଦେଶ୍ୟ ରଖି ଯଦି ଏଭଳି କାର୍ଯ୍ୟକ୍ରମକୁ ବନ୍ଦ କରିଦିଆଗଲେ ମଧ୍ୟ ବି ୟୁଥ ଫେଷ୍ଟ ପକ୍ଷରୁ ଏଭଳି ନୂଆ ନୂଆ ପଦକ୍ଷେପ ଗ୍ରହଣ କରାଯିବ।
