କେଉଁ ଦିନ ପାଳିବେ ଦୀପାବଳୀ ବା ପୟାଶ୍ରାଦ୍ଧ? କେଉଁ ତାରିଖରେ ଏହାକୁ ପାଳନ କରାଯିବ ତାକୁ ନେଇ ସୃଷ୍ଟି ହୋଇଛି ଦ୍ଵନ୍ଦ? ରାଧାରମଣ ପ୍ରେସ ପଞ୍ଜିକା ବା ମୁକ୍ତି ମଣ୍ଡପ ସ୍ଵୀକୃତ ପଞ୍ଜିକା ଗୁଡିକରେ ଦୀପାବଳି ବା ପୟା ଶ୍ରାଦ୍ଧ ଅକ୍ଟୋବର ୨୦ ତାରିଖ ଉଲ୍ଲେଖ ରହିଥିବା ବେଳେ ଅନ୍ୟ ପଞ୍ଜିକାରେ ୨୧ ତାରିଖ ଉଲ୍ଲେଖ ରହିଛି। ୨୦ ତାରିଖ ଦିନ ୩ ଟା ୪୫ ପର ଠାରୁ ପର ଦିନ ଅର୍ଥାତ୍ ଅକ୍ଟୋବର ୨୧ ତାରିଖ ୫ ଟା ୫୪ ପର୍ଯ୍ୟନ୍ତ ଅମାବାସ୍ୟା ରହିଛି ।ଯେଉଁମାନେ ମହାଳୟା ଅମାବାସ୍ୟାରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେଇପାରନ୍ତି ନାହିଁ। ସେମାନେ ମହାଳୟା ଅମାବାସ୍ୟା ଦିନ ଶ୍ରାଦ୍ଧ ଦେଇଥାନ୍ତି । ଦିନରେ ମହାଳୟା ଶ୍ରାଦ୍ଧ ପରେ ରାତିରେ ଦୀପ ଦାନ କରିଥାନ୍ତି । କିନ୍ତୁ ୨୦ ତାରିଖରେ ଦିନ ତମାମ ଚତୁର୍ଦ୍ଦଶୀ ରହୁଥିବାରୁ କିଭଳି ସେଦିନ ପୟାଶ୍ରାଦ୍ଧ ହେବ ନେଇ ଉଠିଛି ପ୍ରଶ୍ନ ? ତେବେ କିଛି ବରିଷ୍ଠ ଜ୍ୟୋତିର୍ବିଦଙ୍କ କହିବା ଅନୁଯାୟୀ, ୨୦ ତାରିଖ ନୁହେଁ ବରଂ ୨୧ ତାରିଖରେ ପୟା ଶ୍ରାଦ୍ଧ ପାଳନ ହେବ। ୨୦ ତାରିଖ ଦିନ ୩ ଟା ୪୫ ପର ଠାରୁ ପର ଦିନ ଅର୍ଥାତ୍ ଅକ୍ଟୋବର ୨୧ ତାରିଖ ୫ ଟା ୫୪ ପର୍ଯ୍ୟନ୍ତ ଅମାବାସ୍ୟା ରହିଛି।
Related Posts
ପଞ୍ଚମଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ପ୍ରଧାନଶିକ୍ଷୟିତ୍ରୀଙ୍କ ସ୍ଵାମୀ ଗିରଫ !!
ନିଳାଦ୍ରୀ ନ୍ୟୁଜ୍ ବ୍ୟୁରୋ // – ସ୍ତ୍ରୀ ଥିଲେ ସରକାରୀ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ। ବିଦ୍ୟାଳୟ ଭିତରେ ପଶି ସ୍ଵାମୀ କରୁଥିଲେ ଖେଳ। କୁଆଡ଼େ ସେହି ବିଦ୍ୟାଳୟରେ ସର୍ବେ ସର୍ବା ଥିଲେ ସ୍ଵାମୀ ଜଣଙ୍କ। ହଁ ଆଜ୍ଞା ଆମେ ଏମିତି କିଛି କହିବାକୁ ଯାଉଛୁ ଯାହା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବେ ଦର୍ଶକ ବନ୍ଧୁ। ଆମେ କହୁଛୁ ବାଲେଶ୍ଵର ଜିଲ୍ଲା ସିମୁଳିଆ ଅଞ୍ଚଳରେ ଥିବା ଗୌରଗଡି ବିଦ୍ୟାଳୟ କଥା। ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ […]
